ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୋଦିଙ୍କୁ ଚିଠି ପଠାଇଲେ ନବୀନ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଦେଇଥିବା ଏହି ଚିଠିରେ ଝାରସୁଗୁଡା ବିମାନ ବନ୍ଦର ଘଟଣା ସମ୍ପର୍କରେ ଲେଖା ରହିଛି । ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ଯିବା ପାଇଁ
ଏୟାର ଇଣ୍ଡିଆ ଫ୍ଲାଇଟ୍ ବ୍ୟବସ୍ଥା କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଝାରସୁଗୁଡ଼ାରୁ ଏୟାର ଇଣ୍ଡିଆ ଦିଲ୍ଲୀକୁ ଏୟାର ଇଣ୍ଡିଆ ବିମାନ ଚଳାଇବାକୁ ଦାବି କରିବା ସହ ଭୁବନେଶ୍ୱର-ଦିଲ୍ଲୀ ବିମାନ ବି ଝାରସୁଗୁଡ଼ାରେ ଷ୍ଟପେଜ୍ ପାଇଁ ଦାବି କରିଛନ୍ତି । ଏହାର ସୁବିଧା କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ନିବେଦନ କରିଛନ୍ତି ।
ସୂଚନା ଯୋଗ୍ୟ , ଗତ ଅକ୍ଟୋବର ୬ ତାରିଖରୁ ଝାରସୁଗୁଡା ବିମାନ ବନ୍ଦରରୁ ଓଡିଶା ବିମାନ ଉଡାଣ ବନ୍ଦ ରହିଛି । ତେବେ କେଉଁ କାରଣରୁ ଏହି ଉଡାଣ ସେବା ବନ୍ଦ ରହିଛି ତାହାର ସଠିକ ଉଦ୍ଦେଶ୍ୟ ଜଣାପଡି ନାହିଁ । ଏଣୁ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଥିଲେ ନବୀନ । ମାତ୍ର ଏହାର ପ୍ରଭାବ ପଡିନଥିବାରୁ ପୁନର୍ବାର ଏକ ଚିଠି ଲେଖିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।