ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୁଣି ଥରେ ହେଲେ ଅସୁସ୍ଥ ହୋଇପଡିଛନ୍ତି । ବଡବିଲ୍ ସେରେଣ୍ଡାସ୍ଥିତ ବାସଭବନରେ ଆଜି ସକାଳେ ହଠାତ୍ ପୁଣି ଥରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିବାରୁ ତାଙ୍କୁ ଯୋଡା ଟିସେସ୍କା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ସେଠାରେତାଙ୍କ ଶରୀରରେ ସୋଡିୟମ୍, ପୋଟାସିୟମ ଓ ସୁଗାର ମାତ୍ରା କମ୍ ଥିବାର ଜଣାପଡିଛି ।
ତୁଳସୀଙ୍କୁ ଅଧିକ ଚିକିତ୍ସା କରିବା ପାଇଁ ତାଙ୍କୁ ଭୁବନେଶ୍ୱର ଆପୋଲୋ ରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି ବୋଲି ଜଣାପଡିଛି । ପୂର୍ବରୁ ମଧ୍ୟ ତାଙ୍କର ଏପରି ନିଶ୍ୱାସ ନେବାରେ ଅସୁବିଧା ହୋଇଥିବାରୁ ସେ ମେଡିକାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ ।