ଭୁବନେଶ୍ୱର(ଏଟି ଆର ବ୍ୟୁରୋ):ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଲାଗିଲା ନିଆଁ ।ନିଆଁ ଲିଭା କାର୍ଯ୍ୟରେ ୨ ଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ନିଆଁରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବାର ସୂଚନା ମିଳିଛି ।ଆହୁରି ଅଧିକ ଅଗ୍ନିଶମ ଗାଡ଼ିକୁ ଚନ୍ଦ୍ରଶେଖରପୁରରୁ ମଗାଯାଇଛି।
ଆଜି ଅପରାହ୍ନ ସମୟରେ ହଠାତ୍ ନନ୍ଦନକାନନର ବଟାନିକାଲ ଗାର୍ଡେନରେ ନିଆଁ ଲାଗିଯାଇଥିଲା । ଯାହାପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯଆଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।