ବେଙ୍ଗାଲୁରୁ(ଏଟିଆର ବ୍ୟୁରୋ):ବିଶ୍ୱର ସବୁଠାରୁ ଲମ୍ବା ଉଡାଣ ପୂରଣ କରି ଏୟାର ଇଣ୍ଡିଆର ୪ ଜଣ ମହିଳା ଉତ୍ତର ପୋଲରୁ ବିମାନ ଉଡାଇ ଇତିହାସ ରଚିଛନ୍ତି । ଶନିବାର ଦିନ ୮.୩୦ ରେ ଆମେରିକାର ସାନ ଫ୍ରାନସିକୋରୁ ଯାତ୍ରା ଆରମ୍ଭ କରି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ।
ଉତ୍ତର ମେରୁ ଉପରେ ବିମାନ ଉଡାଇବା ଅତି କଠିନ ହୋଇଥାଏ । କିନ୍ତୁ ମହିଳା ପାଇଲଟ ସଫଳତାର ସହ ଦୀର୍ଘତମ ଯାତ୍ରା କରିପାରିଛନ୍ତି ବୋଲି କ୍ୟାପେଟନ ଜୋୟା ଅଗ୍ରୱାଲ କହିଛନ୍ତି । ଏହି ଉଡାଣଟି ସମସ୍ତଙ୍କ ପାଇଁ ଅତି ଉତ୍ସାହ ଜନକ ଥିଲା ବୋଲି ପାଇଲଟ ଶିବାନୀ ମନହନ କହିଛନ୍ତି ।
କ୍ୟାପ୍ଟେନ ଜୋୟା ଅଗ୍ରୱାଲ ଏହି ଉଡାଣର ନେତୃତ୍ୱ ନେଇଥିଲେ ।ଓ ଏହି ଦୀର୍ଘତମ ଉଡାଣ ଯାତ୍ରା ପାଇଁ ତାଙ୍କୁ ୧୭ ଘଣ୍ଟା ସମୟ ଲାଗିଥିଲା ବୋଲି ସେ କହିଛନ୍ତି । ଏହି ଉଡାଣରେ ସେ ୧୦ ଟନ୍ ବିମାନ ଇନ୍ଧନ ବଂଚାଇଛନ୍ତ ।
ବେଙ୍ଗାଲୁରୁ ରୁ ଅବତରଣ କରିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି କହିଛନ୍ତି ୱେଲକମ ହୋମ ,ଆମେ ଆପଣଙ୍କୁ ନେଇ ଗର୍ବ ଅନୁଭବ କରୁଛୁ ।