ଭଦ୍ରକ(ଏଟିଆର ବ୍ୟୁରୋ): ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ଆଜି ଦିନ ୧୨ ଟାରୁ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ମନ୍ଦିରରେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ପୀତାମ୍ବର ମାମଲ ସୂଚନା ଦେଇଛନ୍ତି ।
ଏହି ସମୟରେ କେବଳ ମନ୍ଦିର ରୀତିନୀତି ଅନୁସାରେ ସେବାୟତ ପୁଜାର୍ଚ୍ଚନା କରିବେ ।ଅନ୍ୟପଟେ ମନ୍ଦିରର ସେବାୟତ କରୋନା ଚିହ୍ନଟ ହେବା ପରେ ମନ୍ଦିର ଚତୁପାଶ୍ୱର୍କୁ ସାନିଟାଇଜ କରିବା ସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ ହେବ ବୋଲି ଉପଜିଲ୍ଲା ପାଳ କହିଛନ୍ତି । ଏହା ସହ ପ୍ରଶାସନର ଏଭଳି ନିଷ୍ପତ୍ତ ନେବା ପରେ ପ୍ରଶାସନ ଏଡି ନିଷ୍ପତ୍ତିକୁ ସୋୟତମାନେ ବିରୋଧ କରି ମନ୍ଦିର ଆଗରେ ଧାରଣାରେ ବସିଛନ୍ତି ।