ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କେତେ ଲୋକଙ୍କଠାରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଛି ଏହା ଜାଣିବା ପାଇଁ ସେରୋ ସର୍ଭେ କରାଯିବ । ଏହି ସର୍ଭେ କେବଳ ଶିଶୁଙ୍କ ପାଇଁ ନୁହେଁ,ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବ । ଉଭୟ ଗ୍ରା ଓ ସହରାଞ୍ଚଳର ଲୋକମାନେ ଏହି ସର୍ଭେରେ ସାମିଲ ହେବେ । ପୂର୍ବରୁ ନ୍ୟାସନାଲ ସେରୋ ସର୍ଭେରେ ରାଜ୍ୟର ୩ ଟି ଜିଲ୍ଲା ଅନ୍ତଭୁର୍କ୍ତ ହୋଇଥିଲା କିନ୍ତୁ ଏବେ ଏହା ୧୨ ଟି ଜିଲ୍ଲାରେ ସର୍ଭେ କରାଯିବ ।
ପ୍ରଥମ ଓ ଦ୍ୱିତୀୟ ଲହରରେ ୦ ରୁ ୧୦ ବର୍ଷ ବୟସର ୩.୫ % ପ୍ରତିଶତ ପିଲା ସଂକ୍ରମିତ ହୋଇଥିବାବେଳେ ୧୦ ରୁ ୧୨୮ ବର୍ଷ ବୟସ ମଧ୍ୟରେ ୮ ରୁ ୮.୫% ପ୍ରତିଶତ ପିଲା ପଜିଟିଭ ହୋଇଥିଲେ । ଦ୍ଵିତୀୟ ଲହରରେ ଡେଲ୍ଟାର ପ୍ରାଦୁର୍ଭାବ ସତ୍ତ୍ୱେ ପିଲାଙ୍କ ସଂକ୍ରମଣ ହାର ୧୨% ପାଖାପାଖି ଥିଲା । ପିଲାମାନେ ପ୍ରାୟତଃ ଗୁରୁତର ହୁଅନ୍ତି ନାହିଁ । ତେଣୁ ଡାକ୍ତରଖାନା ଯିବା ପିଲାଙ୍କ ସଂଖ୍ୟା ବହୁତ କମ ।ସେଥିମଧ୍ୟରୁ ୫-୬% ପିଲା ଡାକ୍ତରଖାନା ଯିବେ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି । କିନ୍ତୁ ଏଥି ପାଇଁ ଭୟଭୀତ ହେବାର କିଛି ନାହିଁ ବୋଲି କହିଛନ୍ତି ।
ଅନ୍ୟପଟେ ତୃତୀୟ ଲହରୀରେ ପିଲାଙ୍କ ଆର୍କାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ତେଣୁ ସରକାର ଏହାକୂ ଦୃଷ୍ଟିରେ ରଖି ହସ୍ପିଟାଲ ବେଡ ସଂଖ୍ୟା ବୃଦ୍ଧି କରାଇଛନ୍ତି ଓ ଟୀକାକରଣ ଚାଲୁ ରଖିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଉଛନ୍ତି । କିନ୍ତୁ ଏବେ ଲୋକମାନେ କୋଭିଡ ନିୟମ ପାଳନ କଲେ ସଂକ୍ରମଣ କମିବ ବୋଲି ଡିଏମଇଟି ନିର୍ଦ୍ଦେଶ ଦେଇଛନ୍ତି ।