ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏପ୍ରିଲ ୨୦ ତାରିଖରୁ କଟକଣାରେ ସାମାନ୍ୟ କୋହଳ ହେବ । ଅଫିସର କାର୍ଯ୍ୟ ପରିଚାଳନା ହେବ । ସେନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ନୂତନ ଗାଇଡ ଲାଇନ୍ ଜାରି ହୋଇଛି । ସେହି ଅନୁଯାୟୀ ସମସ୍ତ ଗ୍ରୁପ୍ ଏ ର ଶତପ୍ରତିଶତ ଅଧିକାରୀମାନେ ଆସନ୍ତାକାଲିଠୁ ମାନେ ଏପ୍ରିଲ ୨୦ ରେ ଅଫିସ ଆସିବେ । ସେମାନଙ୍କ ମଧ୍ୟରେ ରହିଛନ୍ତି ଆରଡିସି, ତହସଲି ଆର.ଆଇ ଅଫିସ, ଜିଲ୍ଲାପାଳ, ଉପଜିଲ୍ଲାପାଳ । ଅନ୍ୟପଟେ ୯ ଜିଲ୍ଲା ତଥା ପୁରୀ ଭଦ୍ରକ, କଳାହାଣ୍ଡି, ଖୋର୍ଦ୍ଧା, କଟକ, ସୁନ୍ଦରଗଡ, କେନ୍ଦ୍ରାପଡା, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତରେ କାମ କରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । କାର୍ଯ୍ୟ କଲା ବେଳେ ଯେପରି ସମସ୍ତ କର୍ମଚାରୀ ସାମାଜିକ ଦୂରତା ବଜାୟ ରଖିବେ ସେନେଇ ଧ୍ୟାନ ରଖିବା ପାଇଁ କୁହାଯାଇଛି ।
ଅନ୍ୟପଟେ ଏପ୍ରିଲ ୨୦ ତାରିଖରୁ ଜିଲ୍ଲା ବା ସବରେଜିଷ୍ଟର ଅଫିସରୁ ସମସ୍ତ ଷ୍ଟାମ୍ପ ଭେଣ୍ଡର କାର୍ଯ୍ୟ କରିବେ । ଏହାସହିତ କ୍ରସର ୟୁନିଟ, ପଥର ଖଣି, ବାଲି ଘାଟରେ ବି ଆସନ୍ତା କାଲିଠୁ ନିର୍ମାଣ କାର୍ଯ୍ୟ କରାଯିବ ।