ଭୁବନେଶ୍ୱର(ଏଟିଆର ବ୍ୟୁରୋ):କମିସନରେଟ ପୋଲିସ ପକ୍ଷରୁ କରୋନା ମୁକାବିଲା ପାଇଁ ବଡ ପଦକ୍ଷେପ ଗ୍ରହଣ କରାଯାରଇଛି । ଆଜିଠୁ ୩୧ ତାରିଖ ପର୍ୟ୍ୟନ୍ତ ଭୁବନେଶ୍ବର-କଟକର ସମସ୍ତ ମଲ୍ ବନ୍ଦ ରହିବ ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପୁଲିସ ସହରାଞ୍ଚଳ ଆଇନ ଧାରା ୩୫ ଅନୁଯାୟୀ କମିସନର ଏହି ଆଦେଶ ଦେଇଛନ୍ତି।
ଭୁବନେଶ୍ବର ଓ କଟକରେ ଥିବା ସମସ୍ତ ମଲ୍ ବନ୍ଦ ନ ରଖିଲେ ବା ନ ମାନିଲେ ଏହି ଆଇନ ବଳରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି। ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ପୂର୍ବରୁ ରାଜ୍ୟ ସରକାର କରୋନାକୁ ରଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହା ସହ ସମସ୍ତ ସ୍କୁଲ, କଲେଜ, ଜିମ୍ ବନ୍ଦ କରାଯାଇଛି । ସେହିଭଳି ସମସ୍ତ ସଭା ସମିତି ଓ କନଫରେନ୍ସ ବନ୍ଦ କରାଯାଇଥିବା ବେଳେ ଶୋଭାଯାତ୍ରା ଓ ବାହାଘର ପାଇଁ ଦିଆଯାଇଥିବା ଅନୁମତି ବାତିଲ କରାଯାଇଛି ।