ଜଳେଶ୍ୱର(ଏଟିଆର ବ୍ୟୁରୋ): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୁତ୍ୟୃ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଅନ୍ତର୍ଗତ ନେକୁରସୁନି ଠାରେ । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଓଡିଶାରୁ ଲୋକ ମାନେ କୋଲକାତାକୁ ରୋଷେଇ କରିବାକୁ ଯାଇଥିଲେ । ଆଜି ସକାଳେ ଏକ ବୋଲର ଗାଡି ଯୋଗେ ଏମାନେ ଓଡିଶା ଫେରୁଥିଲେ ।
ଗାଡିଟି ନେକୁରସୁନି ରାସ୍ତାରେ ଯାଉଥିବା ବେଳେ ହଠାତ ଏକ ଗାଇ ଗାଡି ଆଗକୁ ଆସିଯାଇଥିଲା । ଗାଇକୁ ବଞ୍ଚାଇବାକୁ ଯାଇ ଆଗରେ ଯାଉଥିବା ଟ୍ରକ ସାଙ୍ଗରେ ବୋଲରଟି ମାଡ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଘଟରା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହେଇଥିଲା । ଘଟଣା ସ୍ଥଳରୁ ଉଭୟ ଗାଡିର ଡ୍ରାଇଭର ଫେରାର ଥିବାର ଜଣା ପଡିଛି । ମୃତ ଓ ଆହତ ହୋଇଥିବା ବ୍ୟକ୍ତି ମାନେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି ।