ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଅଗଷ୍ଟ ୨୭ ରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ବୈଠକ ଡାକିଛନ୍ତି । ସେପ୍ଟେମ୍ବର ୧ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ବାଚସ୍ପତି ଏହି ସର୍ବଦଳୀୟ ବୌଠକ ଡାକିଛନ୍ତି ।
ବିଧାନସଭାରେ ଏହି ମୌସୁମୀ ଅଧିବେଶନ କିପରି ସୁରୁଖୁରୁରେ କରାଯିବ ସେନେଇ ବାଚସ୍ପତି ଏହି ବୈଠକ ଡାକିଛନ୍ତି । କରୋନା କଟକଣା ମାନି ଚଳିତ ବର୍ଷ ବିଧାନସଭାରେ ମୌସୁମୀ ଅଧିବେଶନ ପରିଚାଳିତ ହେବ । ଷୋଡଶ ବିଧାନସଭାର ସପ୍ତଦଶ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧ରୁ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚଳିତ ଅଧିବେଶନରେ ରହିଛି ୮ ଟି କାର୍ଯ୍ୟ ଦିବସ । ଏଥିରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ସ୍ଥିର ହୋଇଥିବା ବେଳେ ଗୋଟିଏ ଦିନ ସେପ୍ଟେମ୍ବର ୩ ତାରିଖ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ପାଇଁ ଧାର୍ୟ୍ୟ ହୋଇଛି । ମୌସୁମୀ ଅଧିବେଶନରେ କିଛି ଗୁରୁତ୍ୱପୁର୍ଣ୍ଣ ବିଲ୍ ଗୃହରେ ଆଗତ ହୋଇପାରେ ।