ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭାଇରସ ଚିନ୍ତା । ଏହି ଭାଇରସରେ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି । ସେହିଭଳି ଭାରତରେ ୧୧୩ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି । ଓଡିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତକାଲି ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ କରାଯାଇଛି । ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପ୍ରସ୍ତୁତି କରୁଛନ୍ତି । ପୂର୍ବରୁ ସ୍ମୁଲ, କଲେଜ, ସପିଙ୍ଗ ମଲ ଗୁଡିକ ବନ୍ଦ କରିବା ପାଇଁ ନିକେର୍ଦ୍ଦଶ ଦେଇଛନ୍ତି ।
ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସମସ୍ତ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଏହା ସହ ଶିକ୍ଷକ ମାନଙ୍କୁ ସ୍କୁଲ ନ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍କୁଲ ଓ ଗଣାଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଅନୁଯାଇ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ବନ୍ଦ ରଖାଯିବ । ଏହା ସହ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି ରାଜ୍ୟରେ ଥିବା କୋଚିଂ ସେଣ୍ଟର ସହିତ ଟ୍ୟୁସନକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ୍ ନ ଗଲେ ବି ଶିକ୍ଷକମାନେ ସର୍ବଦା ଆଲର୍ଟ ରହିବେ। ସରକାରଙ୍କ ପକ୍ଷରୁ ଜରୁରୀ ନିର୍ଦ୍ଦେଶ ପାଇଁ ଫୋନ୍ରେ ଆଲର୍ଟ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।