ପୁରୀ (ଏଟିଆର ବ୍ୟୁରୋ); ପୁଣି ଓଲଟିଲା ୧୦୮ ଆମ୍ବୁଲାନ୍ସ । ଏଥିରେ ଫାର୍ମାସିଷ୍ଟ ଏବଂ ଆମ୍ବୁଲାନ୍ସ ହେଲଫର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ବ୍ରହ୍ମଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଧ୍ୱଜାପାଟଣା ଗାଁରୁ ଜଣେ ରୋଗୀଙ୍କୁ ଆଣିବା ପାଇଁ ଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସଟି ବ୍ରେକ ଫେଲ ହୋଇ ଦୁର୍ଘଟଣାଗସ୍ତ ହୋଇଛି । ତେବେ ଆମ୍ବୁଲାନ୍ସଟି ରାସ୍ତା କଡରେ ଥିବା ପାଣି ଜୋର ଭିତରକୁ ପଶି ଯାଇ ଓଲଟି ପଡିଥିଲା ।
ତେବେ ଡ୍ରାଇଭରଙ୍କର କୈାଣସି କ୍ଷତି ହୋଇନଥିବା ବେଳେ ହେଲଫର ଏବଂ ଫାର୍ମାସିଷ୍ଟ ଆହତ ହୋଇଥିବା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସଟି ଦୁର୍ଘଟଣା ହେବା ଜାଣିବା ପରେ ସ୍ଥାନୀୟ ଲୋକ ଆହାତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରେଇଛନ୍ତି । ଏବେ ଆହତ ଦ୍ୱୟ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।