ଉମରକୋଟ (ଏଟିଆର ବ୍ୟୁରୋ): ଉମରକୋଟର ଡାବୁଗାଁ ବ୍ଲକ୍ ଗାଡାଖୁଣ୍ଟା ପଞ୍ଚାୟତ ଡାଙ୍ଗରା ଗାଁର ଜଣେ ମହିଳା ଅଟୋରେ ପ୍ରସବ କରିଛନ୍ତି ।
ଖବରମୁତାବକ, ପ୍ରସବ ପାଇଁ ମହିଳାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହେବାରୁ, ତାଙ୍କ ପରିବାର ଲୋକେ ମହିଳାଙ୍କୁ ମେଡିକାଲ ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ୧୦୨ ଆମ୍ବୁଲାନ୍ସ ଆସୁଛି ବୋଲି କହି ଆଉ ଆସିଲାନି । ଫଳରେ ମହିଳା ଜଣଙ୍କୁ ପରିବାର ଲୋକ ଅଟୋରେ ନେଇ ଯାଉଥିବା ବେଳେ ସେ ଅଟୋରେ ପ୍ରସବ କରିଥିଲେ ।