ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗାଡିର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆଜିଠୁ ଚେକିଂ କଡାକଡି । ଯଦି ଆପଣଙ୍କ ଗାଡିରେ HSRP ଲଗାଇନଥିବେ ତେବେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଦେବେ ମୋଟା ଅଙ୍କର ଜରିମନା ।
ଆଜ୍ଞା ହଁ ଆଜିଠୁ ଏନେଇ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଉଛି । ଯଦି କୌଣସି ଗାଡିରେ HSRP ନଥିବ ତେବେ ଇ-ଚାଲାଣ କଟାଯିବା ସହ ୫ ରୁ ୧୦ ହଜାର ଟଙ୍କାର ଫାଇନ କଟିବ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।