ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଆମେ ବାରମ୍ବାର ସାନିଟାଇଜର ବ୍ୟବହାର କରିଥାଉ । ଏହି ସାନିଟାଇଜର ଆମ ଶରୀର ପାଇଁ କେତେ ଯେ କ୍ଷତିକାରକ ହୋଇଥାଏ ତାହା ଆମେ ସାଧାରଣତଃ ଜାଣି ନଥାଉ । ଆବଶ୍ୟକତାଠାରୁ ଅଧିକ ସାନିଟାଇଜର ବ୍ୟବହାର କରୁଥିଲେ ଏହା ଆମ ଶରୀର ଉପରେ ପ୍ରଭାବ ପକାଇଥାଏ ।
ଏହି ସାନିଟାଇଜରେ ରହିଛି ଅନେକ ସାଇଡିଫେକ୍ଟ । ଡାକ୍ତରମାନେ ମଧ୍ୟ ସାନିଟାଇଜର ବ୍ୟବହାର କରିବା ବଦଳରେ ସାବୁନ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି । ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ଦ୍ୱାରା ଏହା ଆମ ଶରୀର ଓ ତ୍ୱଚା ଉପରେ ପ୍ରଭାବ ପକାଇଥାଏ ।
ତେବେ ଆସନ୍ତୁ ଜାଣିବା ସାନିଟାଇଜର ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ ।
୧- ସାନିଟାଇଜର ବାରମ୍ବାର ବ୍ୟବହାର କରିବା ଦ୍ୱାରା ଏଗଜିମା ତଥା ତ୍ୱଚାରେ କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦେଇଥାଏ । ଏଗଜିମା ଯୋଗୁଁ ଚର୍ମ ଲାଲ ପଡିବା ସହ ଫାଟି ଯାଇଥାଏ ।
୨- ଏଥିରେ ଥିବା ଏଥିଲ ଆଲକହଲ ଆଣ୍ଟିସେପ୍ଟିକ ଭଳି କାମ କରେ । ଆଉ କିଛି ସାନିଟାଇଜରରେ ଆଲକହଲ ମଧ୍ୟ ନଥାଏ । ଗର୍ଭବତୀମାନଙ୍କ ପାଇଁ ଏହା ଖରାପ ପ୍ରଭାବ ପକାଇଥାଏ ।
୩- ଏହା ଆମ ଇମ୍ୟୁନିଟି ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ରୋଗ ପ୍ରତିରୋଧକ ଶକ୍ତିକୁ କମ କରିଦେଇଥାଏ । ମିଥାନୋଲ ନାମକ ବିଷାକ୍ତ ପଦାର୍ଥ ସାନିଟାଇଜରେ ମିଶିଥାଏ ।
୪- ସାନିଟାଇଜରକୁ ସୁଗନ୍ଧ କରିବା ପାଇଁ ଏଥିରେ ଫଥାଲେଟ୍ ଏବଂ ପାରାବେନ୍ସ ବିଷାକ୍ତ ପଦାର୍ଥ ବ୍ୟବହାର କରାଯାଏ । ତେଣୁ ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ପୁର୍ବରୁ ଏଥିପ୍ରତି ସାବଧାନ ରହିବା ଉଚିତ ।