ବ୍ରହ୍ମପୁର (ଏଟିଆର ବ୍ୟୁରୋ); ବସ୍ ଅଟୋ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ଦୁଇ ଜଣ ମୃତ । ମୃତକ ଦ୍ୱୟ ହେଲେ ସାବିତ୍ରୀ ବଣଷଣ୍ଢ ଏବଂ ବଜରଙ୍ଗ ବଣଷଣ୍ଢ । ଉଭୟଙ୍କ ଘର ଗଜପତି ତିକିରିଆ ବୋଲି ଜଣାପଡିଛି । ତେବେ ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହତ ମାନଙ୍କୁ ଦିଗପହଣ୍ଡି ଏବଂ ବ୍ରହ୍ମପୁର ଏମକେସିଜି ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପୋଲିସ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ରାବିବାର ପାସେଞ୍ଜର ଅଟୋଟି ସହ ଲକି ନାମକ ଏକ ସ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଅଟୋରେ ବସିଥିବା ଦୁଇ ଜଣ ପାସେଞ୍ଜରଙ୍କର ମୃତ୍ୟୁ ହୋଇଥିଲା । ତେବେ ବସଟି ଭାରସାମ୍ୟ ହରାଇ ଥିବାରୁ ଗାଡିରେ ବସିଥିବା ଯାତ୍ରୀମାନେ ଆହତ ହୋଇଛନ୍ତି ବୋଲି ଜଣା ପଡିଛି । ଦୁର୍ଘଟଣା ପରେ ପାଟକୁରା ପୋଲିସ ପହଁଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବାଛଦ ପାଇଁ ପଠାଇ ଦେଇଥିବା ବେଳେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଁଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଛି ।