ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୮ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଏକ ବିଶାଳ ଜନ ସମାଗମର ଆୟୋଜନ କରାଯିବ ।
ଏହି ବିଶାଳ ଜନ ସମାଗମରେ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବ । ଏ ନେଇ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ସମାବେଶରେ ନିମ୍ନ ସ୍ଥରରୁ କର୍ମୀ ମାନଙ୍କୁ ଠୁଳ କରି କାର୍ଯ୍ୟକ୍ରମ କରାଯିବ ।
୨୮ ତାରିଖରେ ଗୃହ ମନ୍ତ୍ରୀ ଜନତା ମଇଦାନରେ ଏହି ସମାବେଶରେ ଯୋଗ ଦେବା ସହିତ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ମଧ୍ୟ ଯୋଗ ଦେବେ । ଏଥି ସହିତ ସେହିଦିନ ଆଉ ଦୁଇଟି କାର୍ଯ୍ୟକ୍ରମରେ ଅମିତ୍ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ୨୯ ତାରିଖରେ ଲିଙ୍ଗରାଜ ଓ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗୃହ ମନ୍ତ୍ରୀ ଅମିତ୍ ଶାହା ପୁନଃଶ୍ଚ ଦିଲ୍ଲୀ ଫେରିଯିବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।