ଜଗତସିଂହପୁର ( ଏଟିଆର ବ୍ୟୁରୋ): ଜଗତସିଂହପୁର ବାଲିକୁଦା ଅଞ୍ଚଳରୁ ଏକ ସ୍କୁଲ ଛାତ ଉପରୁ ଜଣେ ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ଏଯାବତ ମିଳି ନାହିଁ । ୨ ରୁ ୩ ଦିନ ତଳୁ ମୃତ ହୋଇଥିବା ଅନ୪ୁମାନ କରାଯାଉଛି । ସୂଚନା ଅନୁସାରେ ଜଗତସିଂହପୁର ଥାନା ବାଲିକୁଦା ଥାନା ଦେବଗ୍ରାମ ପ୍ରାଥମିକ ବିଦ୍ୟାଳୟ ଛାତ ଉପରୁ ଆଜି ପଚା ଦୁର୍ଗନ୍ଧ ଆସୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ ।
ପରେ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି । ତେବେ ବ୍ୟକ୍ତି ଜଣଙ୍କୁ କେହି ପୋଡି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।ପୋଲିସ ଶବ ବ୍ୟବଚ୍ଛେଦ କରିବାର ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି ।