ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୨୦୨୧ର ଇଣ୍ଟର ନ୍ୟାସ୍ନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆର୍କାଇଭର୍ସ ଅମିତାଭ ବଚ୍ଚନଙ୍କୁ ଏଫ୍ଆଇଏଏଫ୍ ଆୱାର୍ଡରେ ସମ୍ମାନରେ ସମ୍ମାନିତ କରାଯିବ । ମାର୍ଚ୍ଚ ୧୯ ତାରିଖରେ ଆୟୋଜନ କରିବାକୁ ଯାଉଥିବା ଏହି ଭର୍ଚ୍ୟୁଆଲ ଉତ୍ସବରେ ଅମିତାଙ୍କୁ ସମ୍ମାନ ପ୍ରଦାନ କରାଯିବ ।
୨୦୨୧ ର ଏହି ଏଫ୍ଆଇଏଏଫ୍ ସମ୍ମାନ ପାଇଥିବାରୁ ସେ ବେଶ୍ ଗୈାରବ ବୋଲି କହିଛନ୍ତି । ଆମର ଚମତ୍କାର ଚଳଚ୍ଚିତ୍ର ଐତିହ୍ୟକୁ ସଂରକ୍ଷଣ କରି ପ୍ରଦର୍ଶନ କରିବା ନିମନ୍ତେ ଏକ କେନ୍ଦ୍ର ନିର୍ମାଣ କରିବା ଲାଗି ଥିବା ସ୍ୱପ୍ନକୁ ଆମେ ସାକାର କରି ପାରିବା।
ପୂର୍ବରୁ ଏହି ମର୍ୟ୍ୟାଦାଜନକ ସମ୍ମାନ ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ମାର୍ଟିନ୍ ସ୍କୋର୍ସେସି ଏବଂ କ୍ରିଷ୍ଟୋଫର୍ ନଲାନ୍ ଅମିତାଭଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ଅମିତାଭଙ୍କୁ ଏହି ଆୱାର୍ଡ ୱାର୍ଲଡ୍ ଫିଲ୍ମ ହେରିଟେଜ୍ ର ସଂରକ୍ଷଣରେ ତାଙ୍କର ସମର୍ପଣ ଏବଂ ଯୋଗଦାନ ପାଇଁ ଦିଆଯିବ । ଅମିତାଭ ଏହି ଆୱାର୍ଡକୁ ପାଇବାକୁ ଥିବା ପ୍ରଥମ ଭାରତୀୟ ହେବେ ।