ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ଆଉ ୧୧୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ୧୭୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
2 from Nayagarh and
1 from MayurbhanjThe total recovered cases of Odisha now stand at 1716.
— H & FW Dept Odisha (@HFWOdisha) June 6, 2020
ଆଜି ସୁସ୍ଥ ହୋଇଥିବା ନୂତନ ୧୧୨ ଜଣଙ୍କ ମଧ୍ୟରେ ସର୍ବାଧିକ କେନ୍ଦ୍ରପଡାର ରହିଛନ୍ତି । ସେହିଅନୁଯାୟୀ କେନ୍ଦ୍ରପଡାର ୩୩, ବଲାଙ୍ଗିରର ୧୬, ଯାଜପୁରର ୧୧, ସୁନ୍ଦରଗଡର ୧୦, ଜଗତସିଂହପୁରର ୮, ଗଞ୍ଜାମର ୭, ଖୋର୍ଦ୍ଧାର ୭, କଟକର ୪, ସୋନପୁରର ୪,ବାଲେଶ୍ୱରର ୩, ପୁରୀର ୩, ସମ୍ବଲପୁରର ୩, ନୟାଗଡର ୨ ଏବଂ ମୟୂରଭଞ୍ଜର ଜଣେ ରହିଛନ୍ତି ।