ନୟାଗଡ (ଏଟିଆର ବ୍ୟୁରୋ): ନୂଆବର୍ଷ ଲାଗି ରାଜ୍ୟର ବିିଭିନ୍ନ ସ୍ଥାନ ଉତ୍ସବ ମୁଖର ଥିବା ବେଳେ ଏକ ଅଘଟଣ ଖବର ସାମ୍ନାକୁ ଆସିଛି । ପୁଣି ଏକ ପିକନିକ୍ ବସ୍ ନୟାଗଡ ଗଣିଆ ଥାନା ଅନ୍ତର୍ଗତ ରାଜକିଆରୀ ଛକରେ ଦୁର୍ଘଟଣାଗସ୍ତ ଘଟିଛି । ଏଥିରେ ୪୦ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ନରିସିଂହପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜଗନ୍ନାଥ ନାମକ ଏକ ଘରୋଇ ବସ୍ ଟି ଛତିଶଗଡରୁ ପିକନିକ୍ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍ ଟି ଭରସାମ୍ୟ ହରାଇ ଅଚାନକ୍ ଏକ ଗଛରେ ପିଟି ହୋଇଯାଇଥିଲା । ଏଥିରେ ପ୍ରାୟତଃ ୪୦ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀ ପଦ୍ମପୁର ଗାଁର ବୋଲି ଜାଣିବାକୁ ମିଳିଛି । ଘଟଣାରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।