ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ଆଉ ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନେ ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆ ଯାଇଛି । ସୁସ୍ଥ ହୋଇଥିବା ୧୫ ଜଣ ଆକ୍ରାନ୍ତ ଯାଜପୁରର ବୋଲି ଜାଣିବାକୁ ମିଳିଛି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ୧୫୮ ଜଣ ସୁସ୍ଥ ହୋଇ ସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 15 patients have recovered from COVID-19 and are being discharged.
They are all from Jajpur district.
The number of recovered cases of Odisha now stands at 158.
— H & FW Dept Odisha (@HFWOdisha) May 14, 2020
ଅନ୍ୟପଟେ ରାଜ୍ୟରେ ଏପର୍ଯ୍ୟନ୍ତ ୬୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି ।