ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଖୁସୀ ଖବର । ରାଜ୍ୟରେ ଆଜି ଗୋଟେ ଦିନରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ୧୮୯୪ ଜଣ ସୁସ୍ଥ ହୋଇ ସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Due to the exemplary efforts of our dedicated Covid Warriors, Odisha achieves an all time high recovery of 178 Covid patients in a day!
With this, the recovered cases of Odisha stand at 1894.
— H & FW Dept Odisha (@HFWOdisha) June 7, 2020
2 each from Cuttack, Balangir and Malkangiri
1 each from Jagatsinghpur, Jharsuguda, Nabarangpur and Puri.— H & FW Dept Odisha (@HFWOdisha) June 7, 2020
ଆଜି ସୁସ୍ଥ ହୋଇଥିବା ନୂତନ ୧୭୮ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୯, ଗଜପତିରୁ ୨୩, ନୂଆପଡାରୁ ୨୨, ଭଦ୍ରକରୁ ୧୭, ନୟାଗଡରୁ ୧୫, ଗଞ୍ଜାମରୁ ୧୪, କେନ୍ଦ୍ରାପଡାରୁ ୧୦, ଢେଙ୍କାନାଳରୁ ୯, କନ୍ଧମାଳରୁ ୯, ସୁନ୍ଦରଗଡରୁ ୬,ବାଲେଶ୍ୱରରୁ ୪,କଟକରୁ ୨, ବଲାଙ୍ଗିରରୁ ୨, ମାଲକାନାଗିରିରୁ ୨, ଜଗତସିଂହପୁରରୁ ଜଣେ, ଝାରସୁଗୁଡାରୁ ଜଣେ,ନବରଙ୍ଗପୁର ଏବଂ ପୁରୀରୁ ଜଣେ ରହିଛନ୍ତି ।