ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀରେ ମାଡି ଚାଲିଛି କରୋନା । ଭୁବନେଶ୍ୱରରେ ଗତ କିଛି ଦିନ ହେବ ଲଗାତାର ଭାବେ ନୂଆ କରୋନା ସଂକ୍ରମିତ ହେଉଛନ୍ତି । ଆଜି ଭୁବନେଶ୍ୱରରୁ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୬ ଜଣ କ୍ୱରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୨ ଜଣ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୬୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା ଆଜି ଚିହ୍ନଟ ହୋଇତିବା ଆକ୍ରାନ୍ତଙ୍କ ଟ୍ରଭେଲ ହିଷ୍ଟ୍ରି ଉପରେ
• ବରମୁଣ୍ଡାରୁ ଜଣେ ୬୬ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ଶାସ୍ତ୍ରୀ ନଗରରୁ ଜଣେ ୫୦ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• କ୍ୱାରାଣ୍ଟଇନ ସେଣ୍ଟରରୁ ଜଣେ ୪୦ ବର୍ଷିୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ତାଙ୍କ ପରିବାରର ଜଣେ ସଂକ୍ରାମିତ ହୋଇଥିଲେ । ସେ କ୍ୱାରାଣ୍ଟାଇନରେ ଥିଲେ ।
• ରାଜଧାନୀ ବିଜେବି ନଗରରେ ଥିବା ଏକ ସରକାରୀ କାର୍ଯାଳୟରେ ୩ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୫୮,୪୬ ଓ ୧୮ । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ଶ୍ରୀ ବିହାରରୁ ଜଣେ ୨୯ ବର୍ଷିୟ ମହିଳା ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଏକ ଘରୋଈ ହସ୍ପିଟାଲରୁ ୩ ଜଣ ମହିଳା କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ ୨୩, ୨୪, ୨୮ । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ଶିଖରଚଣ୍ଡି ବସ୍ତିରୁ ଜଣେ ୩୩ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ସେ କ୍ୱରାଣ୍ଟାଇନରେ ଥିଲେ ।
• ମଞ୍ଚେଶ୍ୱରରୁ ଜଣେ ୭୦ ବର୍ଷିୟ ବୃଦ୍ଧା ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• କେଦାରଗୌରୀ ବିହାରରୁ ଜଣେ ୧୯ ବର୍ଷିୟ ଯୁବକ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ଚନ୍ଦ୍ରଶେଖରପୁରରୁ ଜଣେ ୪୮ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ସେହିଭଲି ଚନ୍ଦ୍ରଖେଶରପୁରରୁ ଆଉଜଣେ ୬୨ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ଏକ ସରକାରୀ ହସ୍ପିଟାଲରୁ ଜଣେ ୨୭ ବର୍ଷିୟ ମହିଳା କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• କ୍ୱରାଣ୍ଟାଇନ ସେଣ୍ଟରରୁ ଜଣେ ୩୫ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ରସୁଲଗଡରୁ ଜଣେ ୨୩ ବର୍ଷିୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• କଲିଙ୍ଗ ନଗରରୁ ଜଣେ ୨୩ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି କଳିଙ୍ଗ ନଗରରୁ ଗୋଟିଏ ପରିବାରର ଦୁଇ ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ବୟସ ୧୭ ଓ ୩୯ । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସି କ୍ୱାରାଣ୍ଟାଇନରେ ଥିଲେ ।
• ପଲାସୁଣିରୁ ଜଣେ ୫୩ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ କଲିକତାରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• ନୟାପଲ୍ଲୀରୁ ଜଣେ ୨୭ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ ୩୫ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ ୪୮ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ମୁମ୍ବାଇରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• ଆଚାର୍ଯ୍ୟ ବିହାରରୁ ଜଣେ ୨୫ ବର୍ଷିୟ ମହିଳା ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ଗୋଆରୁ ଫେରି କ୍ୱାରାଣ୍ଟାଇନରେ ଥିଲେ ।
• କଲିଙ୍ଗ ବିହାରରୁ ଜଣେ ୫୬ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି ।
• ପେଖରିଫୁଟରୁ ଜଣେ ୪୦ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଫେରିଥିବାର ଜଣାପଡିଛି ।
• ଭୀମଟାଙ୍ଗିରୁ ଜଣେ ୫୭ ବର୍ଷିୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଫେରିଥିବାର ଜଣାପଡିଛି ।
• ଚନ୍ଦ୍ରଶେଖର ପୁରରୁ ଗୋଟିଏ ପରିବାରରୁ ଦୁଇ ଜଣ ପୁରୁଷ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ବୟସ ୨୮ ଓ ୨୭ । ନିକଟରେ ଏମାନେ ହଟ୍ ସ୍ପଟ୍ ଜିଲ୍ଲାରୁ ଫେରିଥିବାର ଜଣାପଡିଛି ।
• ଗଙ୍ଗନଗରରୁ ଗୋଟିଏ ପରିବାରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ନିକଟରେ ଏମାନେ ହଟ୍ ସ୍ପଟ୍ ଜିଲ୍ଲାରୁ ଫେରିଥିବାର ଜଣାପଡିଛି ।
• ନିଳାଦ୍ରିବିହାରରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪୩ ଓ ୧୩ ବର୍ଷିୟ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ୧୬ ବର୍ଷିୟ ମହିଳା ରହିଛନ୍ତି ।ନିକଟରେ ଏମାନେ ହଟ୍ ସ୍ପଟ୍ ଜିଲ୍ଲାରୁ ଫେରିଥିବାର ଜଣାପଡିଛି ।
• ନୟାପଲ୍ଲୀରୁ ଜଣେ ୫୫ ବର୍ଷିୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ହଟ୍ ସ୍ପଟ୍ ଜିଲ୍ଲାରୁ ଫେରିଥିବାର ଜଣାପଡିଛି ।
• ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୬ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମଶାଇ ଭୁବନେଶ୍ୱରରେ ୩୧୪ ଜଣ ସୁସ୍ଥ ହୋଇଥିବା ବେଳେ ୩୧୭ଟି ସକ୍ରିୟ କେସ୍ ରହିଛି । ସେହିଭଲି ୮ ଜଣଙ୍କ ମୃତ୍ୟୁ ହୋଇଛି ।