ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଏବେ ପୁଣି ଆଉ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ଛୁଇଁଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ନୂତନ ୬୫ ପଜିଟିଭ ମାମଲା ମଧ୍ୟରୁ ଯାଜପୁରରୁ ୩୧ ଜଣ, ଗଞ୍ଜାମରୁ ୧୩ ଜଣ. କଟକରୁ ୬ ଜଣ, କେନ୍ଦ୍ରପଡାରୁ ୪ ଜଣ, ପୁରୀରୁ ୪ ଜଣ , ଖୋର୍ଦ୍ଧାରୁ ୩ ଜଣ, ମୟୁରଭଞ୍ଜରୁ ୨ ଜଣ ଏବଂ ନୟାଗଡରୁ ୨ ଜଣ ଚହ୍ନଟ ହୋଇଛନ୍ତି ।
ଆଜିର ଚିହ୍ନଟ ହୋଇଥିବା ମାମଲା ମଧ୍ୟରୁ ସର୍ବାଧିକ ମାମଲା ଯାଜପୁରର ରହିଛି । ସେହିଅନୁଯାୟୀ ଏବେ ଯାଜପୁରର ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ କୁ ଛୁଇଁଛି ।