ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । ରାଜ୍ୟରେ ପୁଣି ଆଜି ଆଉ ୭୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
3 each from Khurda, Kandhamal & Sambalpur and
1 from Jharsuguda.The total recovered cases of #Odisha now stand at 2354.
(2/2)— H & FW Dept Odisha (@HFWOdisha) June 11, 2020
ଆଜି ସୁସ୍ଥ ହୋଇଥିବା ନୂତନ ୭୨ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ ଜଣ, ସୋନପୁରରୁ ୯ ଜଣ, ବଲାଙ୍ଗିରରୁ ୭ ଜଣ, ଜଗତସିଂହପୁରରୁ ୬ ଜଣ, କଟକରୁ ୫ ଜଣ, କଳାହାଣ୍ଡିରୁ ୫ ଜଣ, ସୁନ୍ଦରଗଡରୁ ୫ ଜଣ, ବାଲେଶ୍ୱରରୁ ୪ ଜଣ, ମୟୁରଭଞ୍ଜରୁ ୪ ଜଣ, ଖୋର୍ଦ୍ଧାରୁ ୩ ଜଣ, ସମ୍ବଲପୁରରୁ ୩ ଜଣ, ସମ୍ବଲପୁରରୁ ୩ ଜଣ, ଏବଂ ଝାରସୁଗୁଡାରୁ ଜଣେ ରହିଛନ୍ତି ।
ଏହାକୁ ମିଶାଇ ଏବେ ରାଜ୍ୟ ମୋଟ ୨୩୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି ।