ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରୁ ପୁଣି ଆଉ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଯାଜପୁରର ହୋଇଥିବା ବେଳେ ଭଦ୍ରକରୁ ୨ ଜଣ ଏବଂ ବାଲେଶ୍ୱର ଏବଂ କେନ୍ଦଝରରୁ ଜଣେ ଲେଖାଁଏ । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୬୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Another 8 patients have recovered from COVID-19 and are being discharged.
4 are from Jajpur
2 from Bhadrak and
1 each from Balasore and KeonjharThe number of recovered cases of Odisha now stands at 166.
— H & FW Dept Odisha (@HFWOdisha) May 15, 2020
ଅନ୍ୟପଟେ ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ରାଜ୍ୟରେ ମୋଟ ୬୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି ।