ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଭଲ ଖବର । ରାଜ୍ୟରେ ଆଜି ପୁଣି ଆଉ ୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
1 each from Bolangir, Jagatsinghpur & Nabarangpur.
The total recovered cases of #Odisha now stand at 1325. (2/2)
— H & FW Dept Odisha (@HFWOdisha) June 2, 2020
ଆଜି ସୁସ୍ଥ ହୋଇଥିବା ନୂତନ ୮୦ ଜଣଙ୍କ ମଧ୍ୟରୁ ପୁରୀରୁ ୧୭ ଜଣ, କେନ୍ଦ୍ରାପଡାରୁ ୧୬ ଜଣ, ମାଲକାନାଗିରିରୁ ୧୬ ଜଣ, କଟକରୁ ୭ ଜଣ, ନୟାଗଡରୁ ୩ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡରୁ ୩ ଜଣ, କେନ୍ଦୁଝରରୁ ୩ ଜଣ, ଝାରସୁଗୁଡାରୁ ୩ ଜଣ, ଗଞ୍ଜାମରୁ ୨ ଜଣ, କନ୍ଧମାଳରୁ ୨ ଜଣ, ଖୋର୍ଦ୍ଧାରୁ ୨ ଜଣ ଏବଂ ବଲାଙ୍ଗିର, ଜଗତସିଂହପୁର, ନବରଙ୍ଗପୁରରୁ ଜଣେ ଲେଖାଁଏ । ଏହାକା ମିଶାଇ ଏବେ ରାଜ୍ୟରେ ମୋଟ ୧୩୨୫ ଜଣ ସୁସ୍ଥ ହୋଇ ସାରିଲେଣି ।