ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ପାଇଁ ଆଶ୍ୱସ୍ତି କର ଖବର । ଧୀରେ ଧୀରେ କରୋନା ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଆଜି ପୁଣି ରାଜ୍ୟରେ ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
1 each from Dhenkanal, Gajapati & Jajpur
The total recovered cases of Odisha now stand at 1416
— H & FW Dept Odisha (@HFWOdisha) June 3, 2020
ଆଜି ସୁସ୍ଥ ହୋଇଥିବା ନୂତନ ୯୧ ଜଣଙ୍କ ମଧ୍ୟରୁ ଦେଓଗଡରୁ ୨୨ ଜଣ, ପୁରୀରୁ ୧୬ ଜଣ, ନୟାଗଡରୁ ୧୫ ଜଣ, ବଲାଙ୍ଗିରରୁ ୯ ଜଣ,ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୫ଜଣ, ଭଦ୍ରକରୁ ୩ ଜଣ, ସୁନ୍ଦରଗଡରୁ ୩ ଜଣ ଏବଂ କଟକ, ଗଞ୍ଜାମ, ଖୋର୍ଦ୍ଧା, କାଳାହାଣ୍ଡି, ବରଗଡରୁ ୨ ଜଣ ଲେଖାଁଏ ହୋଇଥିବା ବେଳେ ଢେଙ୍କାନାଳ, ଯାଜପୁର, ଗଜପତିରୁ ଜଣେ ଲେଖାଁଏ ରହିଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪୧୬ ଜଣ ସୁସ୍ଥ ହୋଇ ସାରିଲେଣି ।