ଜୟପୁର(ଏଟିଆର ବ୍ୟୁରୋ): ଓଲଟି ପଡିଲା ବରଯାତ୍ରୀ ଗାଡି । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୨ ଜଣ ମହିଳା ହୋଇଥିବାର ଜଣାପଡିଛି । ଏଭଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ଗୁରୁମାଇଗୁଡା ଗ୍ରାମରେ । ସୂଚନା ଅନୁସାରେ ଏକ ୪୦୭ ମାଲବାହି ଗାଡି ୩୦ରୁ ଅଧିକ ଲୋକଙ୍କୁ ଧରି ବୋଡିଗା ଠାରୁ ମୁଣ୍ଡିଗୁଡା ଗ୍ରାମକୁ ଯାଉଥିଲା । ହେଲେ ରାସ୍ତାରେ ଭାରସାମ୍ୟା ହରାଇ ଗୁରୁମଇଗୁଡା ଗ୍ରାମ ନିକଟରେ ଓଲଟି ପଡିଥିଲା ।
ଖବରପାଇ ଘଟଣା ସ୍ଥଳରେ ବିସିଂହପୁର ପୁଲିସ ଏବଂ ଅଗ୍ନିଶମ କର୍ମଚାରୀହେ ଆହତ ମାନଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ଅହତ ହୋଇଥିବା ୪ ଜଣଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିଭଳି ଅନ୍ୟ ଆହତ ମାନଙ୍କୁ କୁମୁଲି ମେଡିକାଲରେ ମଧ୍ୟ ଭର୍ତ୍ତି କରାଯାଇଛି ।