ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ହରପିସ ଭୂତାଣୁରେ ନନ୍ଦନକାନନରେ ପୁଣି ଏକ ହାତୀର ମୃତ୍ୟୁ ହୋଇଛି । ଏହି ଭୂତାଣୁ କବଳିତ ହୋଇ ଗତକାଲି ରାତି ୯ ଟାରେ ଗୌରୀ ହାତୀର ମୃତ୍ୟୁ ହୋଇଛି । ଗୌରୀକୁ ମିଶାଇ ଗତ ୨୬ ଦିନ ମଧ୍ୟରେ ନନ୍ଦନକାନନରେ ୪ ଟି ହାତୀଙ୍କର ମୃତୃୁ ହୋଇ ସାରିଲାଣି । ଗତକାଲି ଏକ ୭ ବର୍ଷର ମାଈ ହାତୀ ‘କମଳା’ ର ମୃତ୍ୟୁ ଘଟିଥିଲା । ଏହି ଭାଇରସ ଏପରି ଘାତକ ରୂପ ନେଲାଣି ଯେ, ମାସକ ମଧ୍ୟରେ ନନ୍ଦନକାନନରେ ୪ ହାତୀ ଆଖି ବୁଜିଲେଣି।
ଗୌରୀ ପୂର୍ବରୁ ଜୁଲି’, ‘ଚନ୍ଦନ’ ‘କମଳା’ ଏହି ଭୂତାଣୁ ସଂକ୍ରମିତ ହୋଇ ମରିଥିଲେ । ହାତୀ ମାନଙ୍କୁ ଏହି ରୋଗରୁ ରକ୍ଷା କରିବା ପାଇଁ ଏକ ଚ୍ୟାଲେଞ୍ଜ ହୋଇ ପଡିଛି । ବିଶେଷ କରି ୧୦ ବର୍ଷରୁ କମ ବୟସର ହାତୀ ଛୁଆ ମାନଙ୍କୁ ଏହି ରୋଗ ହେଉଛି । ତେଣୁ ନନ୍ଦନକାନନରେ ଏବେ ଏହି ବୟସ ମଧ୍ୟରେ ଥିବା ୪ଟି ହାତୀଙ୍କୁ ଅଲଗା ଅଲଗା ରଖାଯାଇ ସେମାନଙ୍କୁ ଆଣ୍ଟି ଭାଇରସ ପ୍ରିଭେଣ୍ଟିଭ୍ ଦିଆଯାଉଥିବା ସୂଚନା ମିଳିଛି ।
୨୦୧୨ ମସିହା ଡିସେମ୍ବରରେ ଆଠଗଡ଼ ବନାଞ୍ଚଳରୁ ‘ଗୌରୀ’କୁ ନନ୍ଦନକାନନକୁ ଅଣାଯାଇଥିଲା।ଗୌରୀର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ସଂଖ୍ୟା ୮ରୁ ୪କୁ ଖସି ଆସିଛି। ଅନ୍ୟପଟେ ଏହି “ହରଫିସ” ଭୂତାଣୁକୁ ଚିକିତ୍ସା କରାଯିବା ନେଇ ଉଦ୍ୟମ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।