ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତକୁ ମିଳିବ ଆଉ ଏକ ଟିକା । କୋଭାକ୍ସିନ ଓ କୋଭିସିଲ୍ଡ ପରେ ସେରମ ଇନଷ୍ଟିଚ୍ୟୁଟ୍ ଆଉ ଏକ ଟିକା ବାହାର କରିବାକୁ ଯାଉଛି ନା ହେଉଛି କୋଭାଭାକ୍ସ । ଟ୍ୱିଟ କରି ପୁନାୱାଲା ସୂଚନା ଦେଇଛନ୍ତି ସରକାରଙ୍କ ଅନୁମୋଦନ ମିଳିବା ପରେ ଏହା ଭାରତରେ ତୃତୀୟ ଟିକା ହେବ ବୋଲି ସେ କହିଛନ୍ତି । ଏବଂ କୋଭାଭାକ୍ସ ଟିକାର ପରୀକ୍ଷଣ ପାଇଁ ସରକାରଙ୍କୁ ଅନୁମତି ମଗାଯାଇଛି । ଜୁନ ସୁଦ୍ଧା ଏହାର ଶୁଭାରମ୍ଭ ହେବ ବୋଲି ଆଶା କରାଯାଉଛି ।
କୋଭାଭାକ୍ସ ଟିକାର ଉକୃଷ୍ଟ ଫଳାଫଳ ମିଳିଛି ବୋଲି ଟ୍ୱିଟ୍ କରି ପୁନୱାଲା କହିଛନ୍ତି । ଆମେରିକୀୟ କମ୍ପାନୀ ନୋଭାଭାକ୍ସ କହିଛି ୟୁକେରେ ହୋଇଥିବା ପରୀକ୍ଷଣରେ ଏହା ୭୯.୩ ପ୍ରତିଶତ ଫଳପ୍ରଦ ହୋଇଛି । ବ୍ରିଟେନରେ ହୋଇଥିବା ନୂଆ ଷ୍ଟେନ ବିରୋଧରେ ଏହା କାର୍ଯ୍ୟ କରିବ ବୋଲି କମ୍ପାନୀ ଦାବି କରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ନୋଭାଭାକ୍ସ ସହ ମିଳିତ ହୋଇ ଏହି ଟିକା ପ୍ରସ୍ତୁତ କରୁଛି ।
ଶନିବାର ସୁଦ୍ଧା ଦେଶରେ ୩୫ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ମୋଟ ୬୨ ହଜାର ୯୩୯ ଟି ସେସନରେ ଏହି ଟିକା ପ୍ରଦାନ କରାଯାଇଛି । ମାତ୍ର ୨୧୩ ଜଣଙ୍କଠାରେ ଏହି ଟିକାର ପାଶ୍ୱପ୍ରତିକ୍ରିୟା ଦେଖାଦେଇଛି । କିନ୍ତୁ ସେମାନେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି କି ଟିକାକରଣ ଅଭିଯାନରେ ଭାରତକୁ ସର୍ବାଧିକ ସଫଳ ମଳିଛି ।