ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ରାଜ୍ୟରେ ସୁଶାସନ ଆଣିବା ପାଇଁ ‘ 5T ’ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥାକୁ ଲୋକ ଦେଖାଣିଆ ବୋଲି ପ୍ରତ୍ୟେକ ସମୟରେ ବିରୋଧୀ ଦଳ ଅଭିଯୋଗ କରି ଆସୁଛନ୍ତି । ଆଜି ଏହି ‘ 5T ’ ବ୍ୟବସ୍ଥା ଉପରେ ପୁଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ବାଢିଛନ୍ତି । ସେ କହିଛନ୍ତି, ଦୀର୍ଘ ୨୦ବର୍ଷ ଶାସନରେ କଣ ସରକାର ‘ 5T ’ ରେ କାର୍ଯ୍ୟ କରୁନଥିଲେ । ୨୦ ବର୍ଷ ଶାସନ ପରେ କାହିଁକି ‘ 5T ’ଟି କଥା ସରକାରଙ୍କର ମନେ ପଡିଲା ।
ଏହି ‘ 5T ’ ଏକ ଅଭିନବ ପ୍ରୟାସ ନୁହେଁ ବରଂ ଏହା ବହୁ ପୁରୁଣା କଥା । ଆଇଏଏସ୍ ଟ୍ରେନିଂ ନେବା ବେଳେ ଏହି ‘ 5T ’ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥାଏ । ତେବେ ଏହା କଣ ମନ୍ତ୍ରୀ ଓ ସଚିବଙ୍କ କାର୍ଯ୍ୟକାରୀତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନି । ଏହା ସହ ସେ ପରୋକ୍ଷ ଭାବରେ ଭି.କେ. ପାଣ୍ଡିଆନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତିି । ସାଂସଦ ସ୍ୱାସ୍ଥ୍ୟ ଓ ଗୃହ ବିଭାଗର ଉଦାହରଣ ଦେଇ କହିଛନ୍ତି, ଯଦି ସ୍ୱାସ୍ଥ୍ୟ ବିଭାଗରେ ‘ 5T ’ ଟି ଲାଗୁ କରାଯାଇଥାନ୍ତା, ତେବେ କ’ଣ ଏଥିରେ ସ୍ୱଚ୍ଛତା ଆସିନଥାନ୍ତା କି? ଏଥିପାଇଁ କାହିଁକି ଏକ ସ୍ୱତନ୍ତ୍ର ବିଭାଗ କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା ରନ ଫର ୟୁନିଟି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ଏପରି ପ୍ରଶ୍ନ ଉଠାଇଛନ୍ତି ।