ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନାର ବିଏଫ୭ ଭାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି କି, ବିଏଫ୭ ଭାରିଆଣ୍ଟ ଦୁଇ ବର୍ଷ ହେଲାଣି ରହିଛି । ଏଥିରେ ଆତଙ୍କିତ ହୁଅନ୍ତୁ ନାହିଁ । ଚୀନରେ ଏହି ସଂକ୍ରମଣ ବଢିବା ଯୋଗୁଁ ଏହାକୁ ନେଇ ଚର୍ଚ୍ଚା ହେଉଛି । ଯଦିଓ ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ ରହିଛି କିନ୍ତୁ ଏହାର ଫର୍ଟିଲିଟି ଏବଂ ମୋଟାଲିଟି ବିଶେଷ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି କି, ପୂର୍ବ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି । ସେଥିପାଇଁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ ।