ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁରୁଣା ଗାଡି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଯେଉଁ ଗାଡିଗୁଡିକ ୧୫ ବର୍ଷ ପୁରଣ କରିଥିବ ସେଗୁଡିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଲାଗି ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ।
ରାଜ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ, ୧୫ ବର୍ଷ ପୁରୁଣା ଗାଡିକୁ ସ୍କ୍ରାପିଙ୍ଗ କରାଯିବ । ଏହାସହିତ ସ୍କ୍ରାପିଂ କରିଥିବା ବ୍ୟକ୍ତିଙ୍କୁ ନୂତନ ଗାଡି କିଣିବା ଲାଗି ପ୍ରୋତ୍ସାହନ କରାଯିବ ।
ବାୟୁ ପ୍ରଦୁଷଣକୁ ରୋକିବା ଲାଗି କେନ୍ଦ୍ର ସରକାର ଏହି ସ୍କ୍ରାପିଙ୍ଗ ପଲିସି ଆଣିଥିଲେ । ଯାହାକୁ ଏବେ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।