ନୂଆଦିଲ୍ଲୀ(ଏଟିଅରେ ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ କରୋନାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ପ୍ରତିଦିନ ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ୨ଦିନ ମଧ୍ୟରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଦିଲ୍ଲୀରେ ଲାଗୁ ହୋଇଥିବା ସପ୍ତାହନ୍ତ କର୍ଫ୍ୟୁର ଅବଧି ବଢାଯିବା ସହ ଆଜି ରାତିଠାରୁ ଆସନ୍ତା ସୋମବାର ପଯ୍ୟନ୍ତ କର୍ଫ୍ୟୁ ଲାଗି ରହିବ । ଏପରି ସ୍ଥଳେ କରୋନାର ମୁକାବିଲା ପାଇଁ କେଜ୍ରିୱାଲ ସରକାର କଡା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତିବୋଲେି ସୂଚନା ମିଳିଛି ।
କରୋନା ସଂକ୍ରମଣ ନେଇ ରାଜ୍ୟରେ ବେଡ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳିଛି । ଏପରିକି ରାଜଧାନୀରେ ମେଡିକାଲରେ ଆଇସିୟୁ ବେଡ ଶେଷ ହୋଇଯାଇଛି । ସେହିପରି ରାଜ୍ୟରେ ଅକ୍ସିଜେନ ଓ ରେମଡେସିଭିରର ଅଭାବ ନେଇ ଦିଲ୍ଲୀ ସରକାର ଆକ୍ସନରେ ଆସିଛନ୍ତି । ଏଥିପାଇଁ ଏକ କଣ୍ଟୋଲ ରୁମର ବ୍ୟବସ୍ଥା କରାଯାଇଛି । ଯେଉଁଠାରେ କରୋନା ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି ।
ଦେଶରେ କୋଭିଡ ସଂକ୍ରମଣ ହଠାତ ବୃଦ୍ଧି ପାଉଥିବାରୁ ରାଜ୍ୟମାନଙ୍କୁ କୋଭିଡ୧୯ ପରିଚାଳନାରେ ସହଯୋଗ କରିବା କେନ୍ଦ୍ର ସରକାର ୨୪ଘଣ୍ଟା କାର୍ଯ୍ୟ କରୁଛନ୍ତି । ଏହି କର୍ଫ୍ୟୁ ସମୟରେ ସମସ୍ତ କଲ,ଜିମ୍,ସ୍ପା,ଅଡିଟୋରିଆଲ, ହଲ,ଏଣ୍ଟରଟେନମେଣ୍ଟ ପାର୍କ ଆଦି ବନ୍ଦ ରହିବ ।ରେଷ୍ଟୁରାଣ୍ଟ ମାନଙ୍କରେ ଖାଇବା ଉପରେ କଟକଣା ଲାଗୁ କରାଯିବ । କେବଳ ହୋକ ଡେଲିଭରି ଏବଂ ପ୍ୟାକେଟ ଖାଦ୍ୟ ପାଇଁ ଅନୁମତି ଦିଆଯିବ । ହସ୍ପିଟାଲ,ସରକାରୀ କର୍ମଚାରୀ,ପୁଲିସ,ବିଦ୍ରୁତ,ପାନୀୟଜଳ,ସଫେଇ କର୍ମଚାରୀଙ୍କୁ କର୍ଫ୍ୟୁରୁ ବାଦ ଦିଆଯିବ ।