ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ପୂରଣ ହେଉନି ଆଶାଙ୍କ ଆଶା । ଠିକସେ ମିଳୁନି ପାରିଶ୍ରମିକ ମୂଲ ଯାହାକୁ ନେଇ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି । ଆଜି ସକାଳ ଦିନ ୧୧ ଟା ବେଳେ ସି.ଆଇ.ଟି.ୟୂ ନେତୃତ୍ୟରେ ପରିଚାଳିତ ଆଶାସାଥୀ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଲୋୟର ପିଏଜିରେ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଦେଖିବାକୁ ମିଳିଥିଲା । ବିଭିନ୍ନ ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏମାନେ । ମୁଖ୍ୟତଃ ଏମାନେ ଶିଶୁ ଏବଂ ମାର ଯତ୍ନ ନେବା ଭଳି ବଡ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଇବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ଏମାନେ ସହଯୋଗ କରୁଥିବାରୁ ଛଟେଇ ଶ୍ରମିକ ବଦଳରେ ସ୍ଥାୟୀ ନିଯୁକ୍ତି ଏବଂ ମାସିକ ୧୮୦୦୦ ଟଙ୍କା ଦରମା ଦାବି କରିଛି ସଂଘ । ଥି ସହ ଶାଢ଼ୀ,ମୋବାଇଲ ସେଟ ପ୍ରଦାନ କରିବା ନେଇ ମଧ୍ୟ ଦାବୀ ରହିଛି ।
ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ୫୦୦ରୁ ଅଧିକ ଆଶା ସାଥୀମାନେ ମାଷ୍ଟର କ୍ୟାଣ୍ଟିନ ଠାରୁ ହାତରେ ୟୂନିୟନ ବ୍ୟାନର ଏବଂ ପତାକା ଧରି ଏକ ବିଶାଳ ଶୋଭାଯାତ୍ରାରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏମାନଙ୍କ ଦାବୀକୁ ଯଦି ସରକାର ପୂରଣ ନକରିବେ ତେବେ ଆସନ୍ତା ଜାନୁୟାରୀ ମାସ ୮ ଏବଂ ୯ ତାରିଖରେ ଦୁଇଦିନିଆ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ମଧ୍ୟ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । କାରଣ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ୭ ଦଫା ସମ୍ମିତିତ ଏକ ସ୍ମାରକପତ୍ରରେ ପ୍ରଦାନ କରିବା ସହ ବିସ୍ତୃତ ଆଲୋଚନା କରିଥିଲେ । ଏବଂ ବିଭାଗୀୟ ମନ୍ତ୍ରୀ ଏହି ଦାବୀ ଉପରେ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିଲେ । ତେବେ ଏହାକୁ ବହୁଦିନ ବିତିଯାଇଥିଲେ ମଧ୍ୟ ଏହାର କୈାଣସି ସ୍ଥାୟୀ ନିଷ୍ପତି ହୋଇ ନଥିବାରୁ ବିକ୍ଷୋଭ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଛି ସଂଘ ।
ରିପୋର୍ଟ : ଗୁଣନିଧି ବେହେରା