ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲିଠୁ ବସିବ ବିଧାନସଭା ମୌସୁମୀ ଅଧିବେଶନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି । ସଦସ୍ୟଙ୍କ ବସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଶେଷ ଆୟୋଜନ କରାଯାଇଛି ।
ସେପଟେ ବିଧାନସଭା ବସିବା ପୂର୍ବରୁ ସମସ୍ତ ମନ୍ତ୍ରୀ, ବିଧାୟକ, ସଦସ୍ୟ ଏବଂ କର୍ମଚାରୀଙ୍କ କରୋନା ଟେଷ୍ଟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କ ପାଇଁ କରୋନା ଟେଷ୍ଟ ବାଧ୍ୟତାମୂଳକ । ସେଥିପାଇଁ ଟେଷ୍ଟିଂ ପାଇଁ ବିଧାନସଭା ପରିସରରେ ୬ ଟି କାଉଣ୍ଟର ଖୋଲାଯାଇଛି । କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ।