କେନ୍ଦୁଝର ( ଏଟିଆର ବ୍ୟୁରୋ) : ହସପିଟାଲରେ ମରାମରି ହୋଇ ଜଣେ ମୃତ । ରୋଗୀଙ୍କ ଆଟେଣ୍ଡାଟଙ୍କ ମାଡରେ ଜଣେ ରୋଗୀଙ୍କ ଗଲା ଜୀବନ । ଏମିତି ଏକ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦ ପୁର ଡାକ୍ତରଖାନାରେ । ସୂଚନା ଅନୁସାରେ ଗତ ୨ ଦିନ ତଳେ ଗୌତମ ମୁଖୀ ନାମକ ଜଣେ ବାତ ରୋଗୀ ଡାକ୍ତରଖାନାରେ ଭତ୍ତି ହୋଇଥିଲେ । ସେଠାରେ ସେ ଗତ ଦୁଇଦିନ ହେଲା ଚିକିତ୍ସା ହେଉଥିଲେ । ସେହିପରି ବଳରାମ ଦଳେଇ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ମଧ୍ୟ ଚିକିତ୍ସିତ ହେଉଥିଲେ । ବଳରାମ ସ୍ତ୍ରୀଙ୍କ ପାଖରେ ଆଟେଣ୍ଡାଟ ରହିଥିଲେ ।
ଗତକାଲି ଗୌତମ ଏକ ପାଚେରି ନିକଟରେ ପରିସ୍ରା କରୁଥିଲେ । ଏହି ସମୟରେ ଗୌତମଙ୍କ ଉପରେ ନଜର ପଡିଥିଲା ବଳରାମ ନାମଙ୍କ ଜଣେ ଆଟେଣ୍ଡାଟଙ୍କର । ଏଥିରେ ଉତକ୍ଷିପ୍ତ ହୋଇ ବଳରାମ ଓ ଗୌତମଙ୍କ ମଧ୍ୟରେ କଳି ହୋଇଥିଲା । ବଚସା ପରେ ହଠାତ ଉତକ୍ଷିପ୍ତ ହୋଇ ବଳରାମ ରୋଗୀ ଗୌତମଙ୍କୁ ମାଡ ମାରିଥିଲେ । ଯାହା ଫଳରେ ଗୌତମ ଆହତ ହୋଇଥିଲେ । ତାଙ୍କୁ ବାତ ରୋଗ ଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ତେବେ ଶେଷରେ ଗତକାଲି ଗୌତମଙ୍କ ମୃତ୍ୟୁ ହୋଇଥିଲା ।
ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବଳରାମଙ୍କୁ ଗିରଫ କରିଛି । ତେବେ ଗୌତମ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ।