ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଶୀତ କାଳିନ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ସ୍ମିତିରାଣୀ ପ୍ରସଙ୍ଗ ଓ ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧୀ ଦଳର ନେତା ସରକାରଙ୍କୁ ଘେରିବା ସହ ଗୃହରେ ହଟ୍ଟୋଗୋଳ କରି ଗୃହକୁ ମୁଲୁତବୀ କରାଉଥିଲେ । ତେବେ ଗତକାଲି ବିରୋଧୀ ଦଳର ନେତା ମାନେ କେୟାର ହସ୍ପିଟାଲରେ ଚୋରା କିଡିନୀ କାରବାର, ହସ୍ପିଟାଲର ଏନଓସି ନାହିଁ ଓ ଏହାର ମାଲିକାନାରେ ପାକିସ୍ତାନର ଲିଙ୍କ ଥିବା ଅଭିଯୋଗ କରିଥିଲେ ।
ତେବେ ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ବିନା ଏନଓସିରେ କିଭଳି ହସ୍ପିଟାଲ ବିକ୍ରି କରାଗଲା ତାହା ଉପରେ ଉତ୍ତର ରଖିବା ପାଇଁ ଦାବି କରିଥିଲେ । ତାଙ୍କ ସହ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ତାଳ ମିଶାଇ କହିଥିଲେ ଯେ, କେୟାର ହସ୍ପିଟାଲ ମାଲିକଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଅଛି । ଅନ୍ୟପଟେ କେୟାର ହସ୍ପିଟାଲର କର୍ତ୍ତୃ ପକ୍ଷ ପାକିସ୍ତାନର ଲିଙ୍କକୁ ଖଣ୍ଡନ କରିଛନ୍ତି । ଏହା ସହ ହସ୍ପିଟାଲରେ କୌଣସି ପ୍ରକାରର ଅସୁବିଧା ନାହିଁ ଏବଂ ହସ୍ପିଟାଲର ଏନଓସି ମଧ୍ୟ ଥିବା କଥା କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗତ କାଲି ଗୃହରେ ବିରୋଧୀ ଦଳର ନେତା ମାନେ ସରକାରଙ୍କୁ ଘେରି ଥିଲେ ।