ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଥରକ ନିଆରା ଢଙ୍ଗରେ ଶ୍ରୀରାମ ନଗରୀ ଆଯୋଧ୍ୟାରେ ପାଳିତ ହେବ ଦୀପାବଳୀ । କାରଣ ୪୯୨ ବର୍ଷ ପରେ ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ଦୀପରେ ଆଲୋକିତ ହେବ । କିଛି ପ୍ରତିବନ୍ଧ ଯୋଗୁଁ ଏହା ପୂର୍ବରୁ ସମ୍ଭବ ହେଉନଥିଲା । କିନ୍ତୁ ଗତ ଅଗଷ୍ଟ ୫ ତାରିଖରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ହେବା ପରେ ଏଥରକ ଦୀପାବଳୀକୁ ନେଇ ଲୋକଙ୍କ ମନରେ ଏକ ଉତ୍ସାହ ରହିଛି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ସରକାର ଏକ ପୋର୍ଟାଲ ପ୍ରସ୍ତୁତି କରୁଛନ୍ତି । ଯେଉଁଠି ଭର୍ଚୁଆଲ ଦୀପ ଜଳାଯାଇ ପାରିବ । ସରକାରୀ ସୂତ୍ର ମୁତାବକ, ଏଥର ‘ଅଯୋଧ୍ୟା ଦୀପତ୍ସୋବ’ରେ କୋଟି କୋଟି ରାମଭକ୍ତ ଶ୍ରୀରାମଲଲାଙ୍କ ଦରବାରରେ ଭର୍ଚୁଆଲି ଦୀପ ଲଗାଇବେ । ପାଖାପାଖି ପାଞ୍ଚ ଶତାବ୍ଧି ର ପ୍ରତିକ୍ଷା ପରେ ଏବେ ରାମମନ୍ଦିର ନିର୍ମାଣର ସ୍ୱପ୍ନ ପୁରଣ ହେଉଛି । ଇତିମଧ୍ୟରେ ଶ୍ରଦ୍ଧାଳୁ ଯେପରି ରାମ ଦରବାରରେ ଦୀପ ଜାଳିବାରେ ବଞ୍ଚିତ ନହୁଅନ୍ତି ସେଥିପାଇଁ ଉତ୍ତରପ୍ରଦେଶ ସରକାର ବିଭିନ୍ନ ବ୍ୟବସ୍ଥାର ଆୟୋଜନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ ।
ଏଥରକ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳିତ ହେବାର ଲକ୍ଷ୍ୟ ରଖାଯାଇଛି । ସୂତ୍ରରୁ ଜାଣିବାକୁ ମିଳିଛି କି ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଭର୍ଚୁାଆଲ ଦୀପତ୍ସୋବ ମଞ୍ଚ ସମ୍ପୂର୍ଣ୍ଣ ସତ ଭଳି ଅନୁଭବ ହେବ । ପୋର୍ଟାଲରେ ଶ୍ରୀରାମ ବିରାଜମାନର ଫଟୋ ରହିବ । ଏହାରେ ଶ୍ରଦ୍ଧାଳୁ ନିଜ ହିସାବରେ ବିଭିନ୍ନ ଦୀପ ଚୟନ କରିପାରିବେ । ସେହିପରି ଦୀପରେ ତେଲ ଢାଳିବା ପାଇଁ ଘିଅ, ସୋରିଷ ତେଲ ଏବଂ ରାଶି ତେଲର ବିକଳ୍ପ ବି ଉପଲବ୍ଧ ହେବ ।