ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ୩ ରେଳ କର୍ମଚାରୀଙ୍କୁ ଗିରଫ କରାଯିବ ସହ ୭ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ରେଳବାଇ ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗିରଫ ହୋଇଥିବେ ୩ ଅଭିଯୁକ୍ତଙ୍କୁ ପୁଣି ୪ ଦିନ ରିମାଣ୍ଡରେ ନେଇଛି ସିବିଆଇ । ଏହାପୂର୍ବରୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ନେଇଥିଲା ।
ବାହାନଗା ଟ୍ରେନ ଦୁର୍ଘଟଣାକୁ ଏକ ମାସ ବିତିଗଲାଣି । ଏବେ ବି ଜାରି ରହିଛି ସିବିଆଇ ଓ ସିଆରଏସଙ୍କ ତଦନ୍ତ । ଆଜି ତଦନ୍ତ ପାଇଁ ଷ୍ଟେସନରେ ପହଁଚିଥିଲେ ଡି.ଆର.ଏମ ଜି.ଏମ ।