ପୁରୀ ( ଏଟିଆର ବ୍ୟୁରୋ) : ଆଜି ପବିତ୍ର ବାହୁଡା ଦଶମୀ । ନ ଦିନ ଧରି ମାଉସୀ ମା ଘରେ ରହିବା ପରେ ଆଜି ଶ୍ରୀମନ୍ଦିର ମନ୍ଦିର ଲେଉଟିବେ ମହାପ୍ରଭୁ ବଡଭାଇ ଓ ସାନ ଭଉଣୀଙ୍କ ସମେତ । ଏହି ଅବସରରେ ଆଜି ଶରଧା ବାଲିରେ ଗତ କାଲିଠାରୁ ଲାଗିଛି ଗହଳି । ତିନି ରଥରେ ଶ୍ରୀଜୀଉଙ୍କୁ ବସାଇ ଶ୍ରୀମନ୍ଦିର ମନ୍ଦିର ନେଇ ଆସିବେ ଭକ୍ତ ।
ଆଜି ଭୋର ୪ ଟା ବେଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା ଯାତ୍ରା ନୀତି ଆରମ୍ଭ ହୋଇ ଯାଇଛି । ସୂଚନାଯୋଗ୍ୟ ୧୧ଟା ୪୫ ସୁଦ୍ଧା ମଙ୍ଗଳାର୍ପଣ , ଦିନ ୧୨ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ମଧ୍ୟରେ ସରିବ।
ସେହିଭଳି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ସୁଦ୍ଧା ଛେରାପହଁରା ପରେ ୪ଟାରୁ ଆରମ୍ଭ ହେବ ରଥଟଣା। ମହାପ୍ରଭୁଙ୍କ ବାହୁଡା ଯାତ୍ରାକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।