କୋରାପୁଟ ( ଏଟିଆର ବ୍ୟୁରୋ): ସ୍ୱାଧାନ ଭାରତରେ ପ୍ରତ୍ୟକ ମଣିଷର ସ୍ୱାଧୀନତା ଅଛି ସେ କ’ଣ କରିବ ନ କରିବ । ଜଣଙ୍କୁ ତା ଅନିଚ୍ଛା ସତ୍ୱେ କେହି କାହାକୁ ବାଧ୍ୟ କରି ପାରିବେ ନାହିଁ କୌଣସି କାମ କରିବାକୁ । ଯଦି କେହି କରେ ଏହା ଆଇନ ଅନୁଯାୟୀ ଏକ ଧର୍ତବ୍ୟ ଅପରାଧ । ମାତ୍ର ଏହାର ପୁରା ଓଲଟା ଚିତ୍ର ଦେଖିବାକୁ ମିଳିଛି କୋରାପୁଟରେ । କୋରାପୁଟ ଦୁବଚିଗୁଡା ଅଞ୍ଚଳର କୁମ୍ଭାର ସାହିରେ ଗଣେଷ ପୂଜାରେ ଜଣେ କିନ୍ନର ନାଚିବାକୁ ମନା କରିବାରୁ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି ।
ଖବର ମୁତାବକ ଗତକାଲି ଗଣେଷ ଭସାଣୀ ସମୟରେ ରୂପା ନାମକ ଜଣେ କିନ୍ନରଙ୍କୁ ସ୍ଥାନୀୟ କିଛି ଯୁବକ ନାଚିବାକୁ ବାଧ୍ୟ କରିଥିଲେ । ମାତ୍ର ରୂପା ନାଚିବେ ନାହିଁ ବୋଲି ମନା କରିଥିଲେ । ଯାହା ଫଳରେ ରୂପାଙ୍କୁ ବାଧ୍ୟ କରୁଥିବା କିଛି ଯୁବକଙ୍କ ମୂୁଣ୍ଡକୁ ପିତ୍ତ ଚଢିଥିଲା । ସେ ରୂପାକୁ ଆକ୍ରମଣ କରିଥିଲେ । ଏନେଇ ରୂପା ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ରୂପାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ରୂପାଙ୍କ ଏତଲାକୁ ଭିତ୍ତି କରି ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ରୂପାଙ୍କ ଉପରେ ହୋଇଥିବା ଏହି ଆକ୍ରମଣଙ୍କୁ ଜୟପୁରର ଅନ୍ୟ କିନ୍ନର ମାନେ ନିନ୍ଦା କରିଛନ୍ତି । କିନ୍ନର ରୂପାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ କିନ୍ନର ମାନେ ଦାବି କରିଛନ୍ତି ।