ଭୁବନେଶ୍ୱର,(ଏଟିଆରବ୍ୟୁରୋ): ବିଜେପିରେ ମିଶିବାର ଦିନ କେଇଟା ହୋଇନି ବୈଜୟନ୍ତଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ବିଜେପିର ରାଷ୍ଟ୍ରୀୟ ଉପସଭାପତି ଦାୟିତ୍ୱ ସାଙ୍ଗକୁ ବିଜେପିର ମୁଖପାତ୍ର ମଧ୍ୟ କରାଯାଇଛି । ବିଜେପି ସଭାପତି ଅମିତ ସାହା ବୈଜୟନ୍ତଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ମହାଶିବ ରାତ୍ରୀ ଦିନ ବିଜେପିରେ ଯୋଗ ଦେଇଥିଲେ ବୈଜୟନ୍ତ । ସେବେଠୁ ସେ ବିଜେପିର କେଉଁ ଦାୟିତ୍ୱରେ ରହିବେ ସେନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା ।
ଏବେ ଏଥିରେ ପୃଷ୍ଠପ ଲଗାଇଛନ୍ତି ଅମିତ ସାହା । ଏକାବେଳକେ ଜାତୀୟସ୍ତରର ବଡ଼ ଦାୟିିତ୍ୱ ତାଙ୍କ ହାତକୁ ଟେକି ଦେଇଛନ୍ତି । ଯାହା ପ୍ରମାଣ କରିଛି ବୈଜୟନ୍ତଙ୍କ ବିଜେପିରେ ବେଶ ଦବଦବା ରହିଛି । ସେପଟେ ବୈଜୟନ୍ତଙ୍କୁ ରାଷ୍ଟ୍ରୀୟ ଉପସଭାପତି ଭାବେ ଦାୟିତ୍ୱ ମିଳିଛି । ଏହି ଦାୟିତ୍ୱ ମିଳିଥିବାରୁ ପରବର୍ତ୍ତି ସମୟରେ ତାଙ୍କୁ କେତେକ ରାଜ୍ୟର ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ମିଳିପାରେ ବୋଲି ଯଥେଷ୍ଟ ସମ୍ଭାବନା ରହିଛି ।