କଟକ ( ଏଟିଆର ବ୍ୟୁରୋ): ମହାନଦୀ ଗଡଗଡିଆ ଘାଟରେ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଉ ଗୋଟିଏ ଦିନ ବୃଦ୍ଧି ପାଇଛି । ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ଆସନ୍ତା ୧୯ ତାରିଖ ଯାଏ ଚାଲିବାର ଥିଲା । ମାତ୍ର ଏହାକୁ ଆଉ ଗୋଟିଏ ଦିନ ଅଧିକ ବୃଦ୍ଧି କରାଯାଇଛି । ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ଏହି ନିଷ୍ପତି ନିଆଯାଇଥିବା ଜଣା ପଡିଛି ।
ସୂଚନାଯୋଗ୍ୟ ଚଳିତ ବର୍ଷ ବାଲିଯାତ୍ରା ଅବଧିକୁ ୧୦ ଦିନ କରିବାକୁ ଦାବି ହେଉଥିଲା । ମାତ୍ର ଏହାକୁ ୮ ଦିନ କରାଯାଇଥିଲା । ଏବେ ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ୧୦ଟି ପାର୍କିଂ ସ୍ଥାନ ଘୋଷଣା ହୋଇଛି। ସବୁଠାରୁ ବଡ କଥା ହେଉଛି ଏଥର ବାଲି ଯାତ୍ରାରେ ଯାତ୍ରୀଙ୍କ ସୁବିଧା ଲାଗି ସହରରେ ୫୦୦ ଟି ମୋ ରିକ୍ସା ଚଳଚଳ କରୁଛି।