ପୁରୀ (ଏଟିଆର ବ୍ୟୁରୋ): ବୁଧବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଏହା ଶ୍ରୀଜିଉଙ୍କର ଏକ ଗୁପ୍ତ ନୀତି । ଏନେଇ ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ ।
ଅପରାହ୍ନରେ ଦ୍ୱିତୀୟ ଭୋଗ ନୀତି ବଢିବା ପରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ଏହି ବନକଲାଗିରେ ହିଙ୍ଗୁଳ, ହରିତାଳ, କସ୍ତୁରୀ, କଳା, କେଶର, କର୍ପୂର, କଇଥ ଅଠା ଓ ଶଙ୍ଖ ଆଦି ବ୍ୟବହାର କରାଯାଏ ।