ପୁରୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କର କିଛି ନା କିଛି ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ଆଜି ମହାପ୍ରଭୁଙ୍କର ବନକଲାଗି ନୀତି । ଏହି ନୀତିରେ ମହାପ୍ରଭୁଙ୍କର ଶୃଙ୍ଗାର କରାଯିବ । ଏହି ନୀତି ଗୁପ୍ତ ଭାବେ କରାଯାଏ । ଏହାକୁ କୌଣସି ସାଧାରଣ ଜନତା ଦେଖନ୍ତି ନାହିଁ । ସେଥିପାଇଁ ଆଜି ମହାପ୍ରଭୁଙ୍କର ଦର୍ଶନ ୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଶଙ୍ଖ , କେଶର, ଅଠା, କର୍ପୂର, କଇଁଥ, କଜ୍ୱଳ, କସ୍ତୁରୀ , ହରିତାଳ, ହିଙ୍ଗୁଳ, ଏବଂ ତେଲ ମିଶ୍ରିତ ହୋଇ ବନକ ପ୍ରସ୍ତୁତ କରାଯିବ । ସେହି ବନକକୁ ମହାପ୍ରଭୁଙ୍କ ଶୃଙ୍ଗାର ଲାଗି ବ୍ୟବହାର କରାଯିବ । ମଧ୍ୟାହ୍ନ ଧୂପ ପରେ ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଏହି ଗୁପ୍ତ ନୀତି କରାଯିବ । ଏହି ନୀତି ଅପରାହ୍ନ ୪ଟାରୁ ରାତି ୮ ଟା ଯାଏଁ ଚାଲିବ । ସେଥିଲାଗି ଏହି ସମୟ ମଧ୍ୟରେ ଭକ୍ତଙ୍କୁ ଦର୍ଶନ ଦେବେନି ଭଗବାନ । ମାତ୍ର ମନ୍ଦିର ଚର୍ତ୍ତୁପାଶ୍ୱର୍ରେ ଥିବା ଦେବା-ଦେବୀଙ୍କୁ ଦର୍ଶନ କରିପାରିବେ ଭକ୍ତ ।