ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବ୍ୟାଙ୍କରେ କରିବାର ଅଛି ତେବେ ଗ୍ରାହକ ମାନଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଗତକାଲି ମହାଶିବରାତ୍ରି ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ତେବେ ଶନିବାର ଦିନ ମାସର ଚତୁର୍ଥ ଶନିବାର ପଡୁଥିବାରୁ ସେଦିନବି ବ୍ୟାଙ୍କ ବନ୍ଦ ରହିବ । ତେବେ ରବିବାର ଦିନ ସ୍ୱଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ ।
ତେଣୁ ଆସନ୍ତା କାଲି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । କ୍ରମାଗତ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିଥିବାରୁ ଗ୍ରାହକ ମାନଙ୍କୁ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି ।