ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ଠାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲେଚନା କରାଯାଇ ୧୦ଟି ପ୍ରସ୍ତାବ ଉପରେ ମୋହର ଲଗାଯାଇଥିଲା । ବୈଠକ ପରେ ମୁଖ୍ୟ ସାଶନ ସଚିବ ଅସିତ ପାତ୍ରଙ୍କ ସୂଚନା ଅନୁସାରେ ବରମୁଣ୍ଡ ବସଷ୍ଟାଣ୍ଡକୁ ଆନ୍ତଃରାଜ୍ୟ ବସ ଟ୍ରମିନାଲ କରିବାର ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମୋହର ଲଗାଇଛନ୍ତି । ଏହି ଆନ୍ତଃରାଜ୍ୟ ବସ ଟ୍ରମିନାଲ ତିଆରି କରିବା ପାଇଁ ଟେଣ୍ଡର ପାଇଁ ଅନୁମୋଦନ ମିଳିଛି ।
୧୬୦କୋଟି ୩୩ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବରମୁଣ୍ଡା ବସଷ୍ଟାଣ୍ଡକୁ ଆନ୍ତଃରାଜ୍ୟ ବସ ଟ୍ରମିନାଲରେ ନିର୍ମାଣ କରାଯିବ । ଏହି ବସ ଟ୍ରମିନାଲକୁ ବିଡିଏ ତଦାରଖରେ ଭାରତ ସରକାରଙ୍କ ସସ୍ଥା ବ୍ରିଜ ଆଣ୍ଡ ରୁଫ ନିର୍ମାଣ କରିବ । ଏହି ସସ୍ଥା ୫ ବର୍ଷ ପର୍ଯ୍ୟନ୍ତ ବସ ଟ୍ରମିନାଲର ରାକ୍ଷାଣ ବକ୍ଷଣା କରିବ । ଏହି କାମକୁ ୨ ବର୍ଷ ମଧ୍ୟରେ ଶେଷ କରିବାକୁ କୁହାଯାଇଛି । ଏହି ବସ ଟ୍ରମିନାଲର ନିର୍ମାଣ କରିବାର ଲକ୍ଷ ରହିଛି ବସ ଓ ଯାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସେବାପ୍ରଦାନ କରିବା ପାଇଁ ।